marshalsblogs

Just another WordPress.com site

Archive for the category “Uncategorized”

The vyahrutis

ॐ ଭୂଃ ଭୂବଃ ସ୍ବଃ … ସପ୍ତ ବ୍ୟାହୃତି ଚେତନାର ସାତଟି ସ୍ତର ଏବଂ ଆହୁରି ଅନେକ କିଛି। ଭୂଃ ପ୍ରାଣ ର ସୃଷ୍ଟି ବ୍ୟାପାର କୁ ସୂଚିତ କରେ । ଯାହା ନେପଥ୍ୟରେ ଅଛି, ତାକୁ ପ୍ରଭୁ ବରାହ (ବାରାହୀ ଶକ୍ତି ) ପଥକୁ ନେଇ ଆସନ୍ତି। ସ୍ବଃ ସବୁକିଛି କୁ ପ୍ରକଟ କରେ । କିନ୍ତୁ ମଝିରେ ବ୍ୟବଧାନ ରହିଲା ଭୂବଃ, ଅର୍ଥାତ୍ ଅନ୍ତରୀକ୍ଷ । ପ୍ରକଟ ହେବା କଥା କିନ୍ତୁ ହେଉ ନାହିଁ ।

ଏହାର କାରଣ ବାଣୀ ରେ ରହିଲା। ବାଣୀ ବ୍ୟକ୍ତ କରେ । ଶବ୍ଦ ସୃଷ୍ଟି ଓ ବିଶ୍ବ ସୃଷ୍ଟି ଏକା କଥା। ଏହା ଚାରି ଟି ସ୍ଥର ରେ ହୁଏ। ପରା,ପଶ୍ୟନ୍ତି, ମଧ୍ୟମା ଓ ବୈଖାରୀ। ପରା ସ୍ଥରରେ ସୃଷ୍ଟି ହୁଏ । ଏହା କଳ୍ପନାତୀତ ।ପର ସ୍ଥର ହେଲା ପଶ୍ୟନ୍ତି । ଏଠାରେ ଶବ୍ଦ ଓ ତାହାର ଅର୍ଥ ମିଶି ରହିଥାନ୍ତି ।ମଧ୍ୟମା ରେ ଶବ୍ଦ ଓ ଅର୍ଥ ଅଲଗା ହୋଇ ଯାଆନ୍ତି । ତାପରେ ବୈଖାରୀ ।ଏଠାରେ କେବଳ ଶବ୍ଦ ।ଆମେ ବୈଖାରୀ ଭୂମିରେ କଥା ହେଉ। କେବଳ ଶବ୍ଦ ଥାଏ । ଜପ ଶୁଦ୍ଧ ଏବଂ ଶୁଦ୍ଧତର ହେଲେ କ୍ରମଶଃ ମଧ୍ୟମା ଓ ପଶ୍ୟନ୍ତି ରେ ପ୍ରବେଶ କରେ । ଏହି ଅବସ୍ଥା ରେ ଶବ୍ଦ ଉଚ୍ଚାରଣ କଲେ ଅର୍ଥ ପ୍ରକଟ ହୁଏ। ଅର୍ଥାତ୍ ପାଣି ଉଚ୍ଚାରଣ କଲେ ପାଣି ସାମନାରେ ଉପସ୍ଥିତ ହୁଏ ।ଏହି କାରଣରୁ ଉଚ୍ଚତର ଅବସ୍ଥା ପ୍ରାପ୍ତ ଯୋଗୀ ସମସ୍ତ ଭାଷା ବୁଝି ପାରନ୍ତି । ଆମେ ଓଡିଆ ରେ ପାଣି କହିବା ଆଗରୁ ପାଣିର କଳ୍ପନା ଟି ମନରେ ଥାଏ ଏବଂ ଯେଉଁ ଭାଷାରେ କହିଲେ ମଧ୍ୟ ପାଣି ପଦାର୍ଥ ଟି ସମାନ। ବୈଦିକ ଋଷି ମାନେ ପଶ୍ୟନ୍ତି ଭୂମିରେ ଶବ୍ଦ ଉଚ୍ଚାରଣ କରୁଥିଲେ ଏବଂ ଅର୍ଥ ପ୍ରକଟ ହେଉଥିଲା। let there be light and there was light.

ତନ୍ତ୍ର ରେ ତିନୋଟି ଭାବର ମନୁଷ୍ୟ ଅଛନ୍ତି – ପଶୁ,ବୀର ଓ ଦିବ୍ୟ

ସନାତନ ଧର୍ମ ଏକ ବିରାଟ ପର୍ବତ ସଦୃଶ। ଶିଖର କୁ ଆରୋହଣ ପାଇଁ ଅସଂଖ୍ଯ ମାର୍ଗ ରହିଛି। କେଉଁ ସମ୍ପ୍ରଦାୟରେ ପିଆଜ ରସୁଣ ବର୍ଜ୍ୟ ତ କେଉଁ ସମ୍ପ୍ରଦାୟରେ ମଦ ମାଂସ ମଧ୍ଯ ଆବଶ୍ୟକ।ସମସ୍ତ ଙ୍କ ଲକ୍ଷ୍ୟ କିନ୍ତୁ ଏକ । ସେଥିପାଇଁ ତନ୍ତ୍ର ମଣିଷ ମାନଙ୍କୁ ତିନୋଟି ଭାବରେ ବିଭକ୍ତ କରିଛି- ପଶୁ, ବୀର ଓ ଦିବ୍ଯ। ପଶୁ ଭାବାପନ୍ନ ମନୁଷ୍ଯ ସମ୍ପୂର୍ଣ୍ଣ ଭାବେ ପ୍ରକୃତିର ବଶରେ। ବୀର ଭାବାପନ୍ନ ମାନେ ମନୁଷ୍ଯ ପ୍ରକୃତି ଉପରେ ବିଜୟ ପ୍ରାପ୍ତ। ଏମାନଙ୍କର ଉପବିଭାଗ ମାନ ମଧ୍ଯ ରହିଛି। ଦିବ୍ଯ ଭାବାପନ୍ନ ମାନେ ଚେତନାର ଉତ୍ତୁଙ୍ଗ ସ୍ଥରରେ ଅବସ୍ଥାନ କରନ୍ତି। ଏମାନଙ୍କ ପାଇଁ ସାତଟି ଆଚାର ରହିଛି।
1 ବେଦାଚାର
2 ବୈଷ୍ଣବାଚାର
3 ଶୈବାଚାର
4 ଦକ୍ଷିଣାଚାର
5 ସିଦ୍ଧାନ୍ତାଚାର
6 ବାମାଚାର
7 କୌଳାଚାର
1 ରୁ 4 ପର୍ଯ୍ୟନ୍ତ ପଶୁ ଭାବର ଅନ୍ତର୍ଭୁକ୍ତ। ସିଦ୍ଧାନ୍ତାଚାର ଓ ବାମାଚାର, ବୀର ଭାବର। ଏମାନଙ୍କ ସାଧନା ପ୍ରଣାଳୀ ସାଧାରଣ ଲୋକଙ୍କ ବୁଝିବା ବାହାରେ। କାରଣ ଏମାନଙ୍କ ପ୍ରଣାଳୀ ସବୁ ଉଗ୍ର, ତୀବ୍ର ଓ ଶୀଘ୍ର। କେତେକ ଙ୍କ ପାଇଁ ନିନ୍ଦନିୟ ମଧ୍ଯ। ତେଣୁ ଗୁପ୍ତ ଭାବରେ ସମ୍ପନ୍ନ ହୋଇଥାଏ। କୌଳାଚାର ହେଲା ଦିବ୍ଯ ଭାବର। ଏମାନଙ୍କ ପାଇଁ ନୀତି ନିୟମ କିଛି ନାହିଁ।🙏

ଗଞ୍ଜାମ ଜିଲ୍ଲା ର ଶିକ୍ଷା ଉପରେ 1823 ରେ କଲେକ୍ଟର ଙ୍କ ରିପୋର୍ଟ

ତଥ୍ଯ ଦେଖିଲେ ଭାରତ ର ପୂରାତନ ଶିକ୍ଷା ବ୍ୟବସ୍ଥା ଓ ବ୍ରିଟିଶ ସଂସ୍କାର ଉପରେ ଧାରଣା ବଦଳି ଯିବ। 1822 ର ମାଡ୍ରାସ ଗଭର୍ଣ୍ଣର, କଲେକ୍ଟର ମାନଙ୍କୁ କହିଲେ ତାଙ୍କ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ତଥ୍ଯ ଦେବାକୁ।

ଗଞ୍ଜାମର କଲେକ୍ଟର କାଜାଲେଟ୍, ଚିକାକୋଲ ମହକୁମାରୁ 27-11-1823 ରେ ଗଞ୍ଜାମ ଜିଲ୍ଲାର ତଥ୍ଯ ଦେଲେ।- ଜିଲ୍ଲାରେ ସରକାରୀ ସାହାଯ୍ଯ ପ୍ରାପ୍ତ ବିଦ୍ୟାଳୟ ନାହିଁ ।
2- 255 ଟି ବିଦ୍ୟାଳୟ ଅଛି। ସକାଳ 6 ରୁ ସନ୍ଧ୍ୟା 5 ଟା ପର୍ଯ୍ଯନ୍ତ ଚାଲେ।
3- ଛାତ୍ର ମାନେ ଶିକ୍ଷକ ମାନଙ୍କୁ ଚାରି ଅଣା ରୁ ଆରମ୍ଭ କରି ଟଙ୍କାଏ ପର୍ଯ୍ଯନ୍ତ ଦିଅନ୍ତି। ଛାତ୍ର ସଂଖ୍ୟା 2965 । (ଛାତ୍ରୀ 12 ମହୁରୀରେ 6, ପାରଳାଖେମୁଣ୍ଡିର 2 ଓ ଅନ୍ଯତ୍ର 4)। ଓଡ଼ିଆ ରେ ଶିକ୍ଷା ଦିଆଯାଏ।
4 – ବ୍ରାହ୍ମଣ ମାନେ ଧର୍ମ ଶାସ୍ତ୍ର ତାଙ୍କ ଘରେ ଶିକ୍ଷା କରନ୍ତି।
5 – ଛାତ୍ର ମାନଙ୍କ ମଧ୍ଯ ରେ 35.5 % ବ୍ରାହ୍ମଣ ଓ ଅନ୍ଯ ମାନେ 63.6%।
Details can be seen in ‘ The Beautiful Tree’, by Dharampal.

menstruating women are not impure. Just that traditions of the sampraday is not understood.

ସନାତନ ଧର୍ମ ଗୋଟିଏ ଛତା ଭଳି। ଏହାତଳେ ବିଭିନ୍ନ ମତବାଦ ଓ ପନ୍ଥା ଏକତ୍ର ଅବସ୍ଥାନ କରନ୍ତି । କେତେକ ମତ ପରସ୍ପର ବିରୋଧୀ ହେଲେ ମଧ୍ଯ, ଗୋଟିଏ ପରମ ସତ୍ଯ କୁ ସମସ୍ତେ ସ୍ବୀକାର କରନ୍ତି। ଭଗବାନ ଏକରୁ ଆରମ୍ଭ କରି ତେତିଶ କୋଟି ପର୍ଯ୍ୟନ୍ତ ହୋଇ ପାରନ୍ତି। ତଳେ ବିରୋଧାଭାସ ଦୃଶ୍ଯ ହେଲେ ମଧ୍ଯ, ଉପରେ ନାହିଁ। ବର୍ତ୍ତମାନ ପ୍ରଚଳିତ ଭାଷାରେ ଏହା ଠିକ ବୁଝିହୁଏ। ଏକ ରୁ ତେତିଶ କୋଟି, ସମସ୍ତେ ହେଲେ access points for the Supreme Truth ।
ନବୁଝି ଅନେକ, ସମାଲୋଚନା କରନ୍ତି। ଆୟାପ୍ପା ମନ୍ଦିର ରେ ମହିଳାଙ୍କ ପ୍ରବେଶ ଉପରେ ଅଦାଲତ ପର୍ଯ୍ୟନ୍ତ କଥାଗଲା। ରଜସ୍ବଳା ନାରୀ ହିନ୍ଦୁ ଧର୍ମ ରେ ଅପବିତ୍ର ବୋଲି ଅନେକ ସମାଲୋଚନା କଲେ। ଏହା ପରମ୍ପରାର କଥା। ଆୟପ୍ପା ଅବିବାହିତ। ତାଙ୍କର ସାଧନା ପରମ୍ପରାରେ,ନାରୀ ମାନଙ୍କର ସୀମିତ ପ୍ରବେଶ।
ଏହାର ବିପରୀତ ପରମ୍ପରା ମଧ୍ଯ ରହିଛି।
“ରଜସ୍ବଳା ଭଗନ୍ଦୃଷ୍ଟ୍ବା ପଠେତ୍ ଏକାଗ୍ର ମାନସଃ, ଲଭତେ ପରମଂ ସ୍ଥାନଂ ଦେବୀଲୋକେ ବରାନନେ।” ରଜସ୍ଵଳା ଯୋନି ସମ୍ମୁଖରେ ସ୍ତୋତ୍ର ପାଠ,ଏହା ଦେବୀଙ୍କ ପରମ୍ପରାରେ ରହିଛି।
ଦୁଇଟିଯାକ ପରମ୍ପରାର ଲକ୍ଷ୍ଯ କିନ୍ତୁ ଏକ – ପରମ ସତ୍ଯ ରେ ପ୍ରବେଶ।

Language can create a lot of problems.A humorous incident related to JB Patnaik

ମୁଖ୍ୟମନ୍ତ୍ରୀ ଥାଇ ଜାନକୀ ବଲ୍ଲଭ ପଟ୍ଟନାୟକ ସପତ୍ନୀକ ନୃସିଂହନାଥ ମନ୍ଦିର ଆସିଥିଲେ ଚୋରି ହୋଇ ହୋଇଥିବା ମାର୍ଜାର ମୂର୍ତ୍ତିର ସ୍ଥାପନା ପାଇଁ। ଓଡ଼ିଶା ଓ ଛତିଶଗଡ଼ର ବିରାଟ ଜନସମାଗମ ସହିତ ବହୁ ହିନ୍ଦି ସମ୍ବାଦପତ୍ର ସାମ୍ବାଦିକ ମଧ୍ୟ ଆସିଥିଲେ। ହିନ୍ଦି ସାମ୍ବାଦିକମାନେ ଜାନକୀଙ୍କୁ ସାକ୍ଷାତ କରି ଅଭିଯୋଗ କଲେ ଯେ, ‘ସରକାରୀ କାର୍ଯ୍ୟକ୍ରମରେ ହିନ୍ଦି ସାମ୍ବାଦିକଙ୍କୁ ଡ଼କାଯାଉ ନାହିଁ, ସୋମାନଙ୍କୁ ଓଡ଼ିଶା ସରକାର ସ୍ବୀକୃତି ଦେଉନାହାନ୍ତି କି ତାହାକୁ ହେଲେ ଏକ୍ରିଟେସନ୍ ଦେଇ ନାହାନ୍ତି।’ ଏହାର ଉତ୍ତରରେ ଜାନକୀ ବାବୁ ହିନ୍ଦିରେ ଉତ୍ତର ଦେଇଥିଲେ ଯେ, ‘ ଏଇସା ବାତ-ତୋ ହମାରା ଦୃଷ୍ଟି ଗୋଚର ହୁଆ ନେହି, ତବଭି ହାମାରା ସରକାର ହିନ୍ଦି ଅଖବାର ବାଲୋକୋ ବୈମାତୃକ ଭାବ ନେହି କରେଗା‘। ଓଡ଼ିଶା ଶବ୍ଦ ଦୃଷ୍ଟି ଗୋଚର ଓ ବୈମାତୃକ ଭାବ ଯୋଗୁଁ ସେମାନେ କିଛି ବୁଝି ପାରୁ ନଥିଲେ, ମୁଁ ସେମାନଙ୍କୁ ବୁଝାଇ ଦେଇଥିଲି।

ଅନ୍ୟ ଏକ ଘଟଣା, ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରଚାରରେ ଓଡ଼ିଶା ସୀମାନ୍ତ ଦୁଇ ଗୋଟି ସ୍ଥାନରେ ଜାନକୀ ବାବୁ ପ୍ରଚାର ପାଇଁ ହିଲିକେପ୍ଟର ଯୋଗେ ଆସିବାର ଥିଲା। ପ୍ରଥମ ସଭା ଥିଲା ବରଗଡ଼ ଜିଲ୍ଲା ସୋହେଲା ପାଖ ଏକ ସ୍ଥାନରେ ଓ ଅନ୍ୟଟି ଥିଲା ଅମ୍ଭାଭନା ନିକଟବର୍ତ୍ତୀ ସରିଆଠାରେ। ସେଠାକାର ଲୋକେ ସମ୍ବଲପୁରୀ କଥା କହିବୁଝି ପାରନ୍ତି, ମାତ୍ର ନୂତନ ପୀଢ଼ି ଓଡ଼ିଆ ଲେଖିପଢ଼ି ପାରୁ ନାହାନ୍ତି। ମାତୃଭାଷା ହିନ୍ଦି ଓ କଥିତ ଭାଷା ଛତିଶଗଡ଼ି(ଲରିଆ)। ସୋହେଲା ନିକଟ ସଭାରେ ମନ୍ତ୍ରୀ ପ୍ରକାଶ ଦେବତା ଓ ସରିଆରେ ମୋ ସମେତ ମନ୍ତ୍ରୀ ମୋହନ ନାଗ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି କୁଂଜବିହାରୀ ନାଏକ ଜାନକୀ ବାବୁଙ୍କୁ ଅପେକ୍ଷା କରିଥିଲୁ। ପାଇଲଟ୍ ପ୍ରଥମ ସଭାସ୍ଥଳ ଦେଖି ପାରିଲା ନାହିଁ ଏବଂ ବହୁ ପୂର୍ବରୁ ଦ୍ବିତୀୟ ସଭାସ୍ଥଳ ସରିଆକୁ ହେଲିକେପ୍ଟରଟି ନେଇ ଗଲା। ଲୋକେ କେହି ନ ଥିଲେ, ତେଣୁ ହେଲିପେଟରୁ ୨ କିମି ଦୂରରେ ଥିବା ଗାଁ ମଧ୍ୟକୁ ସଭାକରିବାକୁ ଡ଼ାକି ନିଆଗଲା। ଜାନକୀ ବାକୁ ହିନ୍ଦିରେ ଭାଷଣ ଆରମ୍ଭ କଲେ, କହିଲେ ‘…………….. କେନ୍ଦ୍ର ସରକାର ବୋଲା, ୟେ ପ୍ରୋଜେକ୍ଟ ଲେଲୋ, ତବ୍ ମେନେ ବୋଲା, ହମକୋ ଲୋଡ଼ା ନେହିଁ’। ଓଡ଼ିଆ ‘ଲୋଡ଼ା’ ଶବ୍ଦକୁ ହିନ୍ଦିରେ ସେମାନେ ଖରାବ ଅଶ୍ଜୀଳ ଶବ୍ଦ ବୁଝିଲେ, ପାଟିତୁଣ୍ଡ କଲେ। ଜାନକୀ ବାବୁ ଫେରିଗଲା ବେଳେ ଲୋକେ ଆମକୁ ଘେରିଗଲେ। କହୁଥିଲେ, ‘ତୁମ୍ଭାରା ସିଏମ୍ ଆକେ କ୍ୟା ଦିଖାୟା, ……. ଦିଖାୟା ନା.., ହମାରା ଇଜ୍ଜତ ନେହିଁ ହେ କ୍ୟା, ହମ୍ ଭୋଟ୍ କଂଗ୍ରେସକୋ ନେହି ଦେଙ୍ଗେ, ଭାଜପାକୋ ଦେଙ୍ଗେ।

Rajesh Agrawala

Pl see this hero friend of mine

ରାଜୁ ,ମୋର ବାଲ୍ୟବନ୍ଧୁ । ସମୟ ଆମକୁ ଅଲଗା କରି ଦେଲା । ସେ, ସୈନିକ ସ୍କୁଲ ଓ ଜାତୀୟ ପ୍ରତିରକ୍ଷା ଏକାଡେମୀ ହୋଇ ଭାରତୀୟ ବାୟୁସେନାର ଅଫିସର ହେଲା । ପାରାଚୁଟ ଧରି ଉଡାଜାହାଜ ରୁ ଡେଇଁବା ପ୍ରଶିକ୍ଷଣ ଦେଉଥିଲା । ଥରେ ଡେଇଁବା ପରେ, ହଠାତ୍ ପବନ ବୋହିଲା । ଡ୍ରପିଂ ଜୋନ ରେ ଓହ୍ଲାଇବା ବଦଳରେ ପବନରେ ଭାସି ଗଲା । 11000 ଭୋଲ୍ଟ ବାହି ତାର ସବୁ ଲମ୍ବି ଯାଇଥାଏ । ତାର ଉପରେ ଓହ୍ଲାଇବା ଦେଖି, ଲାତ ମାରି ଦୂର କୁ ଯିବା ପାଇଁ ଚେଷ୍ଟା କଲା । କିନ୍ତୁ ତାରରେ ଛନ୍ଦି ହୋଇ ଗଲା । ଜୋରରେ ବିଦ୍ୟୁତ ଆଘାତ ଲାଗିଲା । ଶରୀର ରେ ଲାଗି ଥିବା ପାରାଚୁଟ ର ଧାତବ ଅଂଶ ସବୁ ଜଳି ସେହି ସ୍ଥାନ ସବୁକୁ ସିଝାଇ ଦେଲା । ପାରାଚୁଟ ଛତାଟି ବିଜୁଳି ଖମ୍ବ ରେ ଲାଗି, ରାଜୁକୁ ବେହୋସ୍ ଅବସ୍ଥା ରେ ଝୁଲାଇ ରଖିଲା । ପରେ ବାୟୁସେନାର ଏକ ଟିମ୍ ତାକୁ ଉଦ୍ଧାର କଲେ । ସିଝା ମାଂସ ସବୁକୁ କାଟି ବାହାର କଲେ । ସାମରିକ ଡାକ୍ତରଖାନାରେ ଛଅ ମାସ ପଡିଲା । ଏହି ଦୁଃଖଦ ଘଟଣା ର ସୁଖଦ ଅନ୍ତ ହେଲା ଯେ, ତାକୁ ଚିକିତ୍ସା କରୁଥିବା ଡାକ୍ତରାଣୀ ରାଜୁକୁ ବିବାହ କଲେ । ସେ ହେଲେ ଓଡିଶା ର ଜଣେ ପୂର୍ବତନ ରାଜ୍ୟପାଳ ଙ୍କ ଭାଣିଜି । ସମୟ ଆମକୁ ଦୂରେଇ ଦେଇଥିଲେ ମଧ୍ୟ, ସାମାଜିକ ଗଣମାଧ୍ୟମ ଆମକୁ ଯୋଡି ଦେଲା ।

Vice Admiral SH Sarma, PVSM,IN(rtd),Ex-FOC-in-c,Eastern Naval Command passed away in Bhubaneswar on 3.1.2022 in Bhubaneswar.An obituary

Obituary-Vice Admiral SH Sarma,PVSM, IN(rtd)After a fruitful century, the Admiral walked in to the oceanic horizon on 3.1.2022. Coming from a place which was beyond the back of nowhere,he cleared the entrance to TS Dufferin in the first attempt before the world warii.After completion of training,for a short period,he was in mercantile marine. At the outbreak of the war,he joined RINR and saw action.This was the beginning of a brilliant naval career which was to last for three decades & more. As a young Lieutenant, he was pivotal in the establishment of JSW (mother of National Defence Academy). And impressed Gen.(later Field Marshal) Cariappa & Thimmaya. Did his staff course from the Royal Naval staff college,Greenwich,UK. He had his usual grind of instructional-staff-command rotation. In the command series,he commanded INS Khukhri,INS Brahmaputra ,INS Venduruthy (shore establishment) and INS Mysore. Operational glory came when he was appointed FOC, Eastern fleet just before the 1971 war, flying his flag on INS Vikrant. His action as fleet commander was lauded by the US Naval Institute proceedings and compared with naval greats like Admiral Nelson. His leadership during the conduct of war was also comparable. When the US 7th fleet entered the scene,one captain asked him about the course of action if contact was made. Wish them Bangladesh time – the fleet commander ordered. He ended his career as Flag Officer Commanding in Chief, Eastern Naval command, having missed the appointment of CNS by a whisker.

Who is more powerful ? Tiger or Commissioner?

ମିଶ୍ର ଭାଇନାଙ୍କ ବଦଳି ଗୋଟିଏ ଜାଗାକୁ ହେଲା ଯେଉଁଠି ବାଘ ବହୁତ ଥିଲେ। ମୁ ଯାଇ ପହଞ୍ଚିଲା ବେଳକୁ ସକାଳୁ ସକାଳୁ ବିରକ୍ତ ହୋଇ ବସି ଥାଆନ୍ତି। ପଚାରିବା ଆବଶ୍ଯକ ହେଲା ନାହିଁ। ଭାଇନା ନିଜେ କହିଲେ – ମଣିଷ ଶାନ୍ତିରେ ଶୋଇବି ପାରିଲା ନାହିଁ। ଅଧ ରାତିରେ କମିଶନର ଓ ଡିଆଇଜି ଦଳବଳ ସହ ପ୍ରାକୃତିକ ପରିବେଶରେ ବାଘ ଦେଖିବାକୁ ଆସିଲେ। ଦୁଇ ଘଣ୍ଟାର ପରିଶ୍ରମ ପରେ ବାଘ ତ ବାଘ, ବିଲୁଆ ମଧ୍ଯ ଦେଖା ଗଲା ନାହିଁ। ଏମାନଙ୍କୁ କିଏ ବୁଝାଇବ ଯେ ବାଘ ସରକାରୀ କର୍ମଚାରୀ ନୁହେଁ। ଆଉ ଜଙ୍ଗଲ ଭିତରେ ବାଘ ବାବୁଙ୍କ ପାୱାର , ରାଜ୍ୟପାଳ + ମୂଖ୍ଯମନ୍ତ୍ରୀ + ମୂଖ୍ଯ ବିଚାରପତିଙ୍କ ଠାରୁ ଯଥେଷ୍ଟ ଅଧିକ। ଇଚ୍ଛାମୁତାବକ ମାରି ଦେଇପାରେ।

Khruschev told this IAS officer….

ରାଷ୍ଟ୍ରପତି ଡଃ ରାଧାକ୍ରିଷ୍ଣନ ଙ୍କ ପାଇଁ ସୋଭିଏଟ ଇଉନିଅନ ରେ କ୍ରେମଲିନ ଠାରେ ନୈଶଭୋଜି ର କାର୍ଯ୍ୟକ୍ରମ ଚାଲିଥାଏ। ପରିଚିତ ହେବାବେଳେ, ପ୍ରଧାନମନ୍ତ୍ରୀ ଖ୍ରୁଶ୍ଚେଭ ଙ୍କୁ ଜଣେ ଯୁବ ଆଇଏଏସ ଅଫିସର ପଚାରିଲେ – ମାର୍କ୍ସ-ଲେନିନବାଦ ର ଆଦର୍ଶ ସଙ୍ଗେ ଏହି ରାଜକୀୟ ଚାକଚକ୍ୟ ର ସାମଞ୍ଜସ୍ଯ କେମିତି ରହୁଛି? ଗମ୍ଭୀର ହୋଇ ଖ୍ରୁଶ୍ଚେଭ କହିଲେ – ଯୁବକ, ଭୁଲିଯାଅ ନାହିଁ ଯେ ଆମେ ଜାର ମାନଙ୍କର ଉତ୍ତରାଧିକାରୀ। ଯାହା ଦେଖୁଛ, ସବୁ ସୋଭିଏଟ ଜନସାଧାରଣଙ୍କ । କେହିବି ଅତୀତକୁ ମୁହଁମୋଡି ଚାଲିଯାଇ ପାରିବ ନାହିଁ । କେହି ମଧ୍ଯ ଅତୀତ ପାଇଁ ଲଜ୍ଜିତ ହେବା ଆବଶ୍ୟକ ନୁହେଁ। ରାଜନୈତିକ ମତବାଦ ଯାହାହେଉ, ଦେଶକୁ ଭଲପାଉଥିବା କୌଣସି ବ୍ୟକ୍ତି ପରମ୍ପରା ଓ ଉତ୍ତରାଧିକାର କୁ ଛାଡିପାରିବ ନାହିଁ।

50 years ago this day,Bay of Bengal belonged to this 100 years young Admiral from Odisha.He recently celebrated birthday in Bhubaneswar.

ଭାଇସ ଆଡମିରାଲ ଶର୍ମା ଭୁବନେଶ୍ଵର ରେ କିଛିଦିନ ତଳେ 100ତମ ଜନ୍ମ ଦିନ ପାଳନ କଲେ। 50 ବର୍ଷ ତଳେ ଆଜିର ଦିନ। ରିଅର ଆଡମିରାଲ ଶର୍ମା ପୂର୍ବ ଉପକୂଳ ନୌସେନାପତି। ସେନା ଅନୁରୋଧ କଲା ଆକାଶ ମାର୍ଗରୁ ଆକ୍ରମଣ କରିବାକୁ। ଆଡମିରାଲ ଶର୍ମା ଭାରତୀୟ ନୌସେନା ପୋତ ବିକ୍ରାନ୍ତରେ। ଅନୁରୋଧ ପାଇବାର 40 ମିନିଟ ଭିତରେ 4ଟି ଲଢୁଆ ବିମାନ ବିକ୍ରାନ୍ତରୁ ଉଡାଣ ଭରି ସ୍ଥଳସେନା ସମର୍ଥନ ରେ ଆକ୍ରମଣ କଲେ। ଆଡମିରାଲ ଆକ୍ରମଣ ରେ ଖୁସି ଥିଲେ। ମୂଖ୍ଯ ନୌସେନାପତି ଙ୍କୁ ବେତାର ବାର୍ତା ଦେଲେ – ଖୁସିର ସହ ଜଣାଉଛି ଯେ 28 ଥର ବୋମା ବର୍ଷଣ ପରେ କକ୍ସବଜାର ଓ ଚିଟ୍ଟାଗଙ୍ଗ ବିମାନ ବନ୍ଦର ଆଉ କାର୍ଯ୍ୟକ୍ଷମ ନୁହେ। 100 ବର୍ଷ ର ଏହି ନୌବୀର ଏବେ ଭୁବନେଶ୍ବର ରେ। ତାଙ୍କର ସ୍ବାସ୍ଥ୍ୟ କାମନା କରିବା।

Post Navigation