marshalsblogs

Just another WordPress.com site

Archive for the month “October, 2021”

When the minister was taken for a witch

ମନ୍ତ୍ରୀ ଗୋଟିଏ ଆଶ୍ରମ କୁ ଯାଇଥିଲେ । ସନ୍ଧ୍ୟାରେ ଲାଇନ ଚାଲିଗଲା।ବର୍ଷା ହେଉଥାଏ। ଠିକ ସେତିକି ବେଳେ ତାଙ୍କୁ ଝାଡା ମାଡିଲା। ଆଶ୍ରମ ବାବାଜୀ ତାଙ୍କୁ ହରେକୃଷ୍ଣ ହରେରାମ ଲେଖାଥିବା ଲୁଗା ଖଣ୍ଡିଏ ଦେଲେ। ତାଳପତ୍ର ଛତାଟାଏ ଦେଲେ। ଟର୍ଚ୍ଚ ନାହିଁ, ଅନ୍ଧାର ହୋଇଛି । ଆଶ୍ରମ ର ଜଳୁଥିବା ମାଟି ଦୀପ ଗୋଟିଏ ଦେଲେ। ମନ୍ତ୍ରୀ ଗଲେ। ହଠାତ ଲାଇନ ଆସିଗଲା। ଲୋକେ ଦେଖିଲେ, ଟିକିଏ ଦୂରରେ ତାଳପତ୍ର ଛତା ଓ ମାଟି ଦୀପ ଧରି କିଏ ଜଣେ ଝାଡା ଯିବା ଯାଗାରେ ବୁଲୁଛି। a friend’s real experience. marshal panda ଲୋକଙ୍କ ପ୍ରତିକ୍ରିୟା ଅନୁମେୟ।

9 days window of oppurtunity for ascent of consciousness.

ନବରାତ୍ର। ନଅ ଦିନ ଓ ନଅଟି ଶକ୍ତି।ଗୀତାର ସପ୍ତମ ଅଧ୍ୟାୟରେ କହିଲେ – ଭୂମିରାପୋନଲୋବାୟୁଃ……ପ୍ରକୃତିରଷ୍ଟଧା।ଭୂମି,ଜଳ,ଅଗ୍ନି,ବାୟୁ,ଆକାଶ, ମନ ,ବୁଦ୍ଧି ଓ ଅହଙ୍କାର।ଭାଦ୍ରବ ମାସ, ପୃଥିବୀ ତତ୍ତ୍ବ ର ବିଶେଷ ପ୍ରକଟର ସମୟ।ଅନୁକୂଳ ଶକ୍ତିର ସାହାଯ୍ଯ ରେ ସାଧକ,ଗୋଟିଏ ଗୋଟିଏ କରି ଅଷ୍ଟଧା ପ୍ରକୃତିକୁ ଅତିକ୍ରମ କରିଯାଏ । ଉପରେ ଅନନ୍ତ ଓ ପରମ ଚେତନା। ନବମ ଦିନ, ମାତା ସିଦ୍ଧିଦାତ୍ରୀ ପରମ ଚେତନାର ଦ୍ବାର ଉନ୍ମୁକ୍ତ କରିଦିଅନ୍ତି। ପରମ ବିଜୟର ସମୟ। ନଦୀ, ସମୁଦ୍ର ହୋଇଯାଏ। ଜୀବ, ଶିବ ହୋଇଯାଏ।

Can a Collector fight a Prime Minister

ବଙ୍ଗ ପ୍ରଧାନମନ୍ତ୍ରୀ ସାର ନଜିମୁଦ୍ଦିନ, ବଡଲାଟ ଲର୍ଡ ୱାଭେଲଙ୍କ ନିକଟ ରେ ଅଭିଯୋଗ କଲେ ଯେ ଦୁର୍ଭିକ୍ଷ ସମୟରେ ସମ୍ବଲପୁର ଜିଲ୍ଲାପାଳ ଆଜଫର୍ ରେଲ ଯୋଗେ ଚାଉଳ ଯୋଗାଣ ରେ ବାଧା ସୃଷ୍ଟି କରୁଛନ୍ତି। ଲର୍ଡ ୱାଭେଲ ତାଙ୍କର ବାର୍ଷିକ ବତକ ଶିକାର ପାଇଁ ଚିଲିକାକୁ ଆସିବେ। ରାଜଧାନୀ କଟକ ରେ ରହିବେ। ସେତେବେଳେ ଜିଲ୍ଲାପାଳ ତାଙ୍କର କୈଫିୟତ ଦେବେ। ଗଭର୍ଣ୍ଣର ସାର୍ ହଥର୍ନ ସତର୍କ କରାଇ ଦେଲେ । ଲର୍ଡ ୱାଭେଲ କହିଲେ – ତୁମେ ଭାବୁଛ ଜଣେ ଜିଲ୍ଲାପାଳ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେଇ ପାରିବ?ଜିଲ୍ଲାପାଳ କହିଲେ – ଲୋକଙ୍କ ଭରଷାର ଅଭାବ ଯୋଗୁ ଦୁର୍ଭିକ୍ଷ ପଡ଼ିଲା। ମୁ ବଙ୍ଗଳାକୁ ଚାଉଳ ଯୋଗାଣ ଜାରି ରଖି , ଦୁର୍ଭିକ୍ଷ କୁ ଓଡ଼ିଶାକୁ ଆସିବାକୁ ଦେଇନାହି। ଲର୍ଡ ୱାଭେଲ କହିଲେ – Well done. You represent what is the finest legacy of the Raj; it is the office of the Deputy Commissioner. Azfar was awarded the Order of the British Empire in 1944.

Post Navigation