marshalsblogs

Just another WordPress.com site

Archive for the month “August, 2021”

The fellow who asked Indira Gandhi for a Phillips transistor radio.

1965 ରେ ପାକିସ୍ତାନ ର ଅପରେସନ ଜିବ୍ରାଲ୍ଟର। ପାକିସ୍ତାନୀ ସେନା ଗରିଲା ରୂପେ ଜାମୁ କାଶ୍ମୀର ରେ ପ୍ରବେଶ କଲେ। ଗାଇ ଚରାଉ ଥିବାବେଳେ, ମହମ୍ମଦ ଜାଗୀର ଦଳେ ଗରିଲା ଦେଖିଲା। ସେମାନେ ଜାଗୀର କୁ କହିଲେ କାଶ୍ମୀରୀ ପୋଷାକ କିଣି ଆଣିବାକୁ। ଜାଗୀର ଯାଇ ପୋଲିସ କୁ କହିଲା। ଭାରତ ସରକାରଙ୍କୁ ଏହା ବହୁତ ସାହାଯ୍ଯ କଲା। ଜାଗୀର କୁ ପଦ୍ମଶ୍ରୀ ରେ ସମ୍ମାନିତ କରାଗଲା। ଇନ୍ଦିରା ଗାନ୍ଧୀ, ବ୍ୟକ୍ତିଗତ ଭାବେ ଜାଗୀର କୁ ପଚାରିଲେ – କଣ ଦରକାର? ଜାଗୀର କହିଲା – 1.ଗୋଟିଏ ଫିଲିପ୍ସ ଟ୍ରାଞ୍ଜିଷ୍ଟର ରେଡିଓ ଓ 2. ଗୋଟିଏ ଲୋକ, ଝିଅ ଦେବାକୁ ମନା କରୁଛି। ବୁଢାକୁ ପଟେଇ ଦିଅ। ପଦ୍ମଶ୍ରୀ ସହ ଜାଗୀର କୁ ଗୋଟିଏ ଫିଲିପ୍ସ ରେଡିଓ ଦିଆଗଲା। ତା ଅଞ୍ଚଳ ର ତହସିଲଦାର ଯାଇ ବୁଢାକୁ ପଟେଇଲେ। ବୁଢା ଝିଅ ଦେଲା, ଜାଗୀର ବାହା ହେଲା।

Which is better? To be kicked by a mule or a bull?

Swain’s tehsil was inspected by the commissioner. In the evening Swain came to me and announced that he will quit service. Seems he was scolded black and blue. I asked him what he would do. I will ply an autorickshaw, he said. I was irritated. And told him – in that case, you will be rebuked by a constable. Choice is yours, to be scolded by a Commissioner or a constable.

Sir Andrew Fraser ICS,liked Gopinath Guru,Tehsildar very much.Guru saved the life of one ICS officer once.

ଗୋପୀନାଥ ଗୁରୁ, ତହସିଲଦାର। ନିଜର ସାହସ, ବୁଦ୍ଧି ଓ ବିଶ୍ବସ୍ତତା ଯୋଗୁ କମିଶନର ସାର ଆଣ୍ଡ୍ରୁ ଫ୍ରେଜର ଆଇସିଏସ ଙ୍କ ପ୍ରିୟପାତ୍ର ଥିଲେ। କଳାହାଣ୍ଡିର କନ୍ଧ ମେଳି ସମୟରେ ସାହସିକତା ପ୍ରଦର୍ଶନ କରିଥିବାରୁ ରାୟ ବାହାଦୁର ଉପାଧି ପାଇ ଥିଲେ। ସମ୍ବଲପୁର ରେ ଅବସ୍ଥାପିତ ହୋଇଥିଲେ ମଧ୍ଯ ନିକଟସ୍ଥ ଦେଶୀୟ ରାଜ୍ଯ ମାନଙ୍କରେ ଅଖଣ୍ଡ ପ୍ରଭାବ ଥିଲା। ସାର ଆଣ୍ଡ୍ଙ ଫ୍ରେଜର, ସୋନପୁର ରାଜ୍ୟରେ ଗସ୍ତ କରୁଥିଲେ। କମିଶନର ଙ୍କୁ ସାକ୍ଷାତ କରିବାକୁ ପଡ଼ୋଶୀ ରାଜ୍ଯ ର ରାଜା,ଜମିଦାର ମାନେ ମଧ୍ଯ ଆସିଥିଲେ। ସମସ୍ତଙ୍କ ସାଙ୍ଗରେ ହାତୀ। ଗୋଟିଏ ହାତୀ ପାଗଳ ହୋଇ ତା ମାହୁନ୍ତ କୁ ମାରି ଜଙ୍ଗଲକୁ ପଳାଇଲା। କାମ୍ପ ରେ ସମସ୍ତେ ଡରି ରାତିରେ ଶୋଇଲେ। ପରଦିନ, ଫ୍ରେଜର ସାହେବଙ୍କ ଭାଷାରେ- ସକାଳେ ବାହାରିଲୁ। ସାଙ୍ଗରେ ରାଜା ମାନେ ଓ କେତେଜଣ ଇଉରୋପୀୟାନ। ବନ୍ଧୁକ ରେ ଚଢେଇ ମରା ଦୁଇଟି ଗୁଳି। ଦୁଇ ମାଇଲ ଯିବା ପରେ ଗୋଟିଏ ମୋଡ ପାଖରେ, ପାଗଳ ହାତୀ ସହ ହଠାତ ମୁହାଁ ମୁହି ହେଲୁ। ମୁ ତା ମୁଣ୍ଡ କୁ ଚଢେଇ ମରା ଗୁଳିଟି ମାରିଲି ହାତୀ ବୁଲି ପଡିଲା। ତା ପଛକୁ ଆଉ ଗୋଟିଏ ଗୁଳି ମାରିଲି। ହାତୀ ଜଙ୍ଗଲରେ ଅଦୃଶ୍ଯ ହୋଇଗଲା । ପଛକୁ ଫେରି ଚାହିଁଲି। କେହି ନଥିଲେ କେବଳ ନିରସ୍ତ୍ର ତହସିଲଦାର ଗୋପୀନାଥ ଗୁରୁ ଙ୍କୁ ଛାଡି। ସେ ମୋର ବନ୍ଧୁ। ମୁ କମିଶନର, ସେ ତହସିଲଦାର। ମୋତେ ବଞ୍ଚାଇବାକୁ ସେ କିଛି କରିପାରିନଥାନ୍ତେ। କିନ୍ତୁ ମୋର ଜୀବନ ବିପନ୍ନ ଥିବା ବେଳେ ସେ ମତେ ଛାଡି ଯାଇ ପାରିବେ ନାହି। ବାସ୍ ସେତିକି

A nobel prize winning idea

ଚାରି ଦଶକ ତଳେ ,କୃଷକ ନେତା ମହେନ୍ଦ୍ର ସିଂହ ଟିକାଏତ ତାଙ୍କ ଆନ୍ଦୋଳନ ଚଳାଇ ଥାଆନ୍ତି। ଦିନେ ହଠାତ ଚାରିଶହ ଶଗଡ ରେ ଦୁଇ ହଜାର ଲୋକ ଦିଲ୍ଲୀରେ ପ୍ରବେଶ କରି ରାଜପଥ ରେ ଜମା ହେଲେ। ଉଦ୍ଦେଶ୍ଯ – ପାର୍ଲିଆମେଣ୍ଟ ଆଡକୁ ଯିବେ। ଚାରି ଦିନ ବସିଲେ। ଦିଲ୍ଲୀ ପୋଲିସ ର କାହା ମୁଣ୍ଡ ରେ, ଗୋଟିଏ ନୋବେଲ ପୁରଷ୍କାର ଯୋଗ୍ଯ ଆଇଡିଆ ପଶିଲା। ପଞ୍ଚମ ଦିନ ପୋଲିସ, ଡଜନେ ଲାଉଡସ୍ପିକର ଲଗାଇ , ବଳଦ ଓ ପୋଢ ମାନଙ୍କୁ ଅତ୍ୟନ୍ତ ଉଚ୍ଚ ସ୍ବର ରେ ପାଶ୍ଚାତ୍ଯ ସଙ୍ଗୀତ ଶୁଣାଇଲା। କିଛି ଘଣ୍ଟା ପରେ ବଳଦ ମାନେ ଅସ୍ଥିର ହେଲେ। ଖୁଣ୍ଟ ଓପାଡି, ପଘା ଛିଣ୍ଡାଇ, ସଙ୍ଗୀତ ଠାରୁ ପଳାୟନ ଚେଷ୍ଟାରେ ରହିଲେ। ସକାଳ ସୁଦ୍ଧା ଆଉ କୃଷକ ନଥିଲେ।

A courageous civil servant

ରାୟ ବାହାଦୁର ଗୋପୀନାଥ ଗୁରୁ, ତହସିଲଦାର। 1880 ଦଶକରେ ଭବାନିପାଟଣାର ତହସିଲଦାର ଥିଲେ। ଅତ୍ୟନ୍ତ ଦକ୍ଷ ଓ ସାହସି ପ୍ରଶାସକ। ଦକ୍ଷତା ଯୋଗୁ, କମିଶନର ସାର ଆଣ୍ଡୃ ଫ୍ରେଜର ଆଇସିଏସ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ବଲପୁର ରେ ଅବସ୍ଥାପିତ ଥିଲେ। ବିଶେଷ କାର୍ଯ୍ୟ ନିମନ୍ତେ କଳାହାଣ୍ଡିକୁ ବ୍ରିଟିଶ ସରକାର ପଠେଇ ଥିଲେ। ସେତେବେଳେ କନ୍ଧ ଓ କୁଲତା (ଖଣ୍ଡାୟତ ଭଳି) ଜାତିଆଣ ଗଣ୍ଡଗୋଳ ଚାଲିଥାଏ। ମିଷ୍ଟର ବେରୀ ଗଡଜାତ ର ସୁପରିଣ୍ଟେଣ୍ଡେଣ୍ଟ ଥିଲେ। ଗୋଟିଏ କ୍ୟାମ୍ପ ରେ ଅବସ୍ଥାନ କରୁଥାଆନ୍ତି। ପାଖରେ ଅଳ୍ପ ସଂଖ୍ୟକ ପୋଲିସ। ଗୋପୀନାଥ ଗୁରୁ ଗୋଟିଏ ସଶସ୍ତ୍ର କନ୍ଧ ଦଳକୁ ଭେଟିଲେ। ସେମାନେ ବେରୀ ସାହେବଙ୍କୁ ଆକ୍ରମଣ କରିବାକୁ ଯାଉଥିଲେ। ତହସିଲଦାର ଦେଖିଲେ। ତାଙ୍କ ପିଅନକୁ ଘୋଡା ଦେଇ, ବେରୀ ସାହେବଙ୍କୁ ସତର୍କ କରାଇ ଦେବାକୁ ପଠେଇ ଦେଲେ। ନିଜେ କନ୍ଧ ମାନଙ୍କ ସହିତ କଥା ହେଲେ। ଧନୁରେ ବିଷାକ୍ତ ଶର ଯୋଖି ସେମାନେ ତହସିଲଦାର ଙ୍କୁ ଲକ୍ଷ୍ଯ କରି ଥାଆନ୍ତି। ମାରି ଦେବାକୁ ବସିଥିଲେ। କନ୍ଧ ମାନଙ୍କ ଗୋଟିଏ ବିଶ୍ବାସ ଥିଲା ଯେ ବ୍ରାହ୍ମଣ ହତ୍ୟା କଲେ ବିପଦ ମାଡି ଆସିବ। ସେଇଟା ମନେ ପକାଇ ଦେଇ ତହସିଲଦାର ବଞ୍ଚି ଗଲେ। ଏ ଭିତରେ ଦୁଇ ଘଣ୍ଟା ବିତି ଗଲା ।ବେରୀ ସାହେବ ସାବଧାନ ହୋଇଗଲେ। ଆକ୍ରମଣ ପ୍ରତିହତ ହେଲା। ପୋଲିସ ପଛକୁ ସେନା ଆସି ଶାନ୍ତି ପ୍ରତିଷ୍ଠା କଲେ।

Post Navigation